ଲେଡି ବାଉନ୍ସର୍‌ ଭୂମିକାରେ ନଜର ଆସିବେ ତମନ୍ନା

ସାଉଥ୍‌ ଅଭିନେତ୍ରୀ ତମନ୍ନା ଭାଟିଆ ଲୁକ୍‌ ଏବଂ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ବାହୁବଳୀ-୧ରେ ଦମ୍‌ଦାର ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ତମନ୍ନା ଫିଲ୍ମ ‘ବବଲି ବାଉନ୍ସର୍‌’ରେ ନଜର ଆସିବେ। ଯାହାର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ସେଥିରେ ତମନ୍ନାଙ୍କୁ ଏକ ଅଲଗା ଲୁକ୍‌ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଏକ ବାଉନ୍ସର୍‌ ଭୂମିକାରେ ନଜର ଆସିବେ। ଅଢେଇ ମିନିଟ୍‌ର ଟ୍ରେଲରରେ ଉଭୟ କମେଡି ଏବଂ ଆକ୍ସନ ଦେଖିବାକୁ ମିଳିଛି । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ମଧୁର ଭଣ୍ଡାରକର। ଏହି ଫିଲଟି୍ମ ସେପ୍ଟେମ୍ବର ୨୩ରେ ଡିଜନି ପ୍ଲସ୍‌ ହଟଷ୍ଟାରରେ ରିଲିଜ୍‌ ହେବାକୁ ଯାଉଛି।

Share