ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍‌କା: ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ବର୍ଷ ୨୦୨୦ ଶେଷ ହେବାକୁ ବସିଲାଣି। କିନ୍ତୁ ଖରାପ ଖବର ମିଳିବା ଏବେ ପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ। ଚଳିତ ବର୍ଷ ଅନେକ କଳାକାର ଏହି ଦୁନିଆ ଛାଡି ଚାଲିଯାଇଥିବା ବେଳେ ସୋମବାର ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ ହେଲେ ତାମିଲ ଅଭିନେତା ତଥା ଡବିଂ କଳାକାର ଅରୁଣ ଆଲେକାଣ୍ଡରଙ୍କର। ହାର୍ଟଆଟାକ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ନିର୍ଦ୍ଦେଶକ ଲୋକେଶ କାନାଗରାଜ ତାଙ୍କ ମୃତ୍ୟୁ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଏତେ ଶ୍ରୀଘ୍ର ତୁମେ ଆମକୁ ଛାଡି ଚାଲିଯିବ ବିଶ୍ୱାସ ହେଉ ନାହିଁ। ମୁଁ ମୋର କାନ୍ଦ ରୋକିପାରୁ ନାହିଁ। ଆପଣଙ୍କ ଅଭାବକୁ କେହି ପୂରଣ କରିପାରିବେ ନାହିଁ। ତୁମେ ସବୁବେଳେ ମୋ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବ ବୋଲି ଲୋକେଶ ଲେଖିଛନ୍ତି।

Share