ତାମିଲ ଅଭିନେତା-ନିର୍ମାତା ବିଜୟଙ୍କ ୧୬ ବର୍ଷର ଝିଅ କଲେ ଆତ୍ମହତ୍ୟା

ହାଇଦ୍ରାବାଦ: ତାମିଲ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କ ୧୯ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ସକାଳେ ପରଲୋକ ଘଟିଛି। କୁହାଯାଉଛି ଯେ, ବିଜୟଙ୍କ ୧୬ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଚେନ୍ନାଇସ୍ଥିତ ନିବାସରେ ମୀରାଙ୍କୁ ଝଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା, ପରେ ତାଙ୍କ ସଙ୍ଗେ ସଙ୍ଗେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିଜୟଙ୍କ ଝିଅ ଡିପ୍ରେଶନରେ ପୀଡିତ ଥିଲେ ଏବଂ ଏଥିପାଇଁ ଚିକିତ୍ସା ମଧ୍ୟ କରାଯାଉଥିଲା।

Share