ହୃଦଘାତରେ ତାମିଲ ଅଭିନେତା ପଓ୍ବନଙ୍କ ପରଲୋକ…

ମୁମ୍ବାଇ : ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। ଟିଭି ଦୁନିଆର ଜଣାଶୁଣା ଅଭିନେତା ପୱନଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ଏହି ଖବର ମନୋରଞ୍ଜନ ଶିଳ୍ପ ସହିତ ଜଡିତ ସମସ୍ତଙ୍କୁ ସ୍ତମ୍ଭୀତ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଭୋର ପ୍ରାୟ ୫ ଟା ସମୟରେ ପୱନ ହୃଦଘାତରେ ପୀଡିତ ହୋଇଥିଲେ। ସେତେବେଳେ ସେ ମୁମ୍ବାଇର ତାଙ୍କ ଘରେ ଥିଲେ। ସେ ତାମିଲ ଏବଂ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏକ ଭଲ ନାମ ଅର୍ଜନ କରିଥିଲେ। ତାଙ୍କର ଅଭିନୟ ଦ୍ୱାରା ସେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ।

ପୱନ ମାଣ୍ଡ୍ୟା ଜିଲାର ବାସିନ୍ଦା ଥିଲେ। ଏହି ଖବର ବିଷୟରେ ସୂଚନା ପାଇବା ପରେ ପୱନଙ୍କ ପିତା ନାଗରାଜୁ ଏବଂ ମାତା ସରସ୍ବତୀ ମର୍ମାହାତ ହୋଇପଡ଼ିଛନ୍ତି। ପରିବାର ଏବଂ ବନ୍ଧୁମାନେ ପୱନଙ୍କ ମୃତଦେହକୁ ମାଣ୍ଡ୍ୟାକୁ ନେଇଛନ୍ତି, ଯେଉଁଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

କର୍ନାଟକର ବାସିନ୍ଦା ପୱନ ତାଙ୍କ କାମ ଯୋଗୁ ମୁମ୍ବାଇରେ ତାଙ୍କ ପରିବାର ସହ ରହୁଥିଲେ। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Share