କର୍କଟ ରୋଗରେ ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତା ମାଗିଲେ ଆର୍ଥିକ ସହାୟତା

ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସି କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପ୍ରଶଂସକଙ୍କୁ ଆର୍ଥୀକ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।
ଥାଭାସି ଅନେକ ସୁପରହିଟ୍‌ ଫିଲ୍ମରେ କାମକରି ଦର୍ଶକଙ୍କ ହୃଦୟ ଜୀତିପାରିଛନ୍ତି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। କର୍କଟ ରୋଗ ଯୋଗୁ ସେ ବହୁତ ପତଳା ହୋଇଯାଇଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଥଭାସି କହିଛନ୍ତି, ଫିଲ୍ମରେ ମୁଁ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ କାମ କରିଛି। ହେଲେ ମୁଁ କେବେହେଲେ ଭାବି ନ ଥିଲି ଯେ, ଦିନେ ଏମିତି ଏକ ରୋଗର ଶିକାର ହେବି। ମୁଁ ଏବେ କିଛି କରିବାକୁ ସକ୍ଷମ ନୁହେଁ। ମୁଁ ଠିକ୍‌ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁ ନାହିଁ। ମୁଁ ମୋର ସାଥୀ କଳାକାର ଏବଂ ରାଜ୍ୟବାସୀଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ଯାହାଫଳରେ ମୁଁ ଏହି ରୋଗରୁ ମୁକ୍ତ ହୋଇ ପୂନର୍ବାର କାର୍ଯ୍ୟ କାରିପାରିବି ବୋଲି କହିଛନ୍ତି। ଏହି ଭିଡିଓ ଭାଇରାଲ ବେହା ପରେ ସୋସିଆଲ ମିଡିଆ ୟୁଜର ଏବଂ ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟ କାମନା କରିବା ସହ ସହାଯ୍ୟ ମଧ୍ୟ କରୁଛନ୍ତି।

Share