ଚେନ୍ନାଇ, ୧୨।୧୨: ଗୁରୁବାର ଦକ୍ଷିଣ ତାମିଲନାଡୁ ଡିଣ୍ଡିଗୁଲ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ ଚାରି ମହଲା ବିଶିଷ୍ଟ ଡାକ୍ତରଖାନା ଲିଫ୍ଟରେ ମଧ୍ୟ କିଛି ଲୋକ ଫସି ରହିଥିଲେ।
7 feared dead after fire broke out at a private hospital in Dindigul district of Tamil Nadu. pic.twitter.com/y3TE7OQGSY
— Pinky Rajpurohit 🇮🇳 (@Madrassan_Pinky) December 12, 2024
ଅତିକମରେ ଦୁଇ ଜଣ ନିଆଁରେ ଜଳି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲେ। ଡାକ୍ତରଖାନାରେ ବ୍ୟାପିଥିବା ଏହି ଅଗ୍ନିକାଣ୍ଡରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ମିଡିଆ ରିପୋର୍ଟରୁ ଜଣାପଡିଛି।
ଡାକ୍ତରଖାନାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ନିଆଁ ବର୍ତ୍ତମାନ ନିୟନ୍ତ୍ରଣକୁ ଆସିଥିବା ସୂଚନା ମିଳିଛି।
Tamilnadu : ದಿಂಡಿಗಲ್ ತಿರುಚ್ಚಿ ರಸ್ತೆಯಲ್ಲಿನ ಖಾಸಗಿ ಆಸ್ಪತ್ರೆಯಲ್ಲಿ (ಸಿಟಿ ಆಸ್ಪತ್ರೆ) ಭೀಕರ ಬೆಂಕಿ ಕಾಣಿಸಿಕೊಂಡಿದ್ದು, ಅಗ್ನಿಶಾಮಕ ದಳದ ಸಿಬ್ಬಂದಿ ಬೆಂಕಿ ನಂದಿಸಲು ಹರಸಾಹಸ. ಆಸ್ಪತ್ರೆ ಒಳ ರೋಗಿಗಳ ಸ್ಥಳಾಂತರ.@JustKannada @CMOTamilnadu pic.twitter.com/b53XltIHBh
— JustKannada (@JustKannada) December 12, 2024