Categories: ଜାତୀୟ

ବାତ୍ୟା ବୁରେଭିରେ ଚାଲିଗଲା ୭ ଜୀବନ: ବ୍ୟାପକ କ୍ଷୟକ୍ଷତି

ଚେନ୍ନାଇ, ୫।୧୨-ତାମିଲନାଡୁରେ ତାଣ୍ଡବ ମଚାଇଥିବା ସାମୁଦ୍ରିକ ବାତ୍ୟା ବୁରେଭିରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ପ୍ରବଳ ବର୍ଷା ଯୋଗୁ ମାଟି ଘର ନଷ୍ଟ ହୋଇଥିବାବେଳେ ଅନେକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ବାତ୍ୟାରେ ଘର ଓ ଗୋରୁଗାଈ ହରାଇଥିବା ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ପ୍ରତ୍ୟେକ ଗୋରୁ ମାଲିକଙ୍କୁ ଗୋରୁ ପାଇଁ କ୍ଷତିପୂରଣ ହିସାବରେ ୩୦,୦୦୦, ଗୋଟିଏ ବାଛୁରୀ ପାଇଁ ୧୬,୦୦୦ ଏବଂ ଗୋଟିଏ ଛେଳି ପାଇଁ ୩୦୦୦ ଟଙ୍କା ପ୍ରଦାନ କରାଯିବ। ସାମୁଦ୍ରିକ ବାତ୍ୟା ବୁରେଭି ଯୋଗୁ ରାଜ୍ୟରେ ୧୯୬ ଗୋରୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ରିଲିଫ୍‌ ଓ ପୁନଃନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏନ୍‌ଡିଆରଏଫ ଟିମ ଏଥିରେ ସାମିଲ ହୋଇଛନ୍ତି।

Share