Categories: ଜାତୀୟ

ଆମ୍ମାଙ୍କ ବିନା ଏଥର ହେବ ତାମିଲନାଡୁ ନିର୍ବାଚନ: ଅଣ୍ଟା ଭିଡିଲାଣି ଭାଜପା

ଚେନ୍ନାଇ,୨୭ ।୨: ଏଥର ତାମିଲନାଡୁ ବିଧାନସଭା ନିର୍ବାଚନ ନୂଆ କଳେବର ନେଇ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି । ଏଥର ନିର୍ବାଚନରେ ଦଶକ ଦଶକ ଧରି ନିଜର ଉପସ୍ଥିତି ଜାହିର କରୁଥିବା କରୁନାନିଧି ଥିବେ ନା ତାଙ୍କ ବିରୋଧି ଜୟାଲଳିଥା । କିଛିଦିନ ପୂର୍ବରୁ ଲାଗୁଥିଲା କି ରାଜ୍ୟରେ ଏଥର ସେଲିବ୍ରିଟିଙ୍କ ରାଜନୀତି ଦେଖିବାକୁ ମିଳିବ । ହେଲେ ଶେଷ ସମୟରେ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରୁ ଦୂରେଇ ଯିବା ଓ କମଲ ହାସନଙ୍କ ସାମାନ୍ୟ ଅନୁପସ୍ଥିତି ବି ଏହି ଅଲୋଚନାରେ ବ୍ରେକ୍ ଲଗାଇଛି । ଅନ୍ୟପଟେ କରୁଣାନିଧି ଓ ଜୟଲଳିଥାଙ୍କ ଅନୁପସ୍ଥିତିରେ ବି ଦ୍ରମୁକ ଓ ଅନ୍ନାଦ୍ରମୁକ ମଧ୍ୟରେ ଲଢେଇ ହେବ । ପୂର୍ବଭଳି ଦୁଇଦଳ ନିଜ ପୁରୁଣା ସାଥିଙ୍କୁ ନେଇ ମଇଦାନକୁ ଓହ୍ଲାଇବେ । ଏପଟେ ଭାରତୀୟ ଜନତା ପାର୍ଟି(ଭାଜପା) ବି ଅନ୍ନାଦ୍ରମୁକର ସାହାରା ନେଇଛି, କଂଗ୍ରେସ ଡିଏମ୍‌କେରୁ ବଳ ଗୋଟାଇବ ବୋଲି କୁହାଯାଉଛି । ପୂର୍ବ ରେକର୍ଡ କହୁଛି ତାମିଲନାହଉରେ ପ୍ରତି ନିର୍ବାଚନରେ ସରକାର ବଦଳାଇବାର ପରମ୍ପରା ରହିଛି । ଏବେ ଆଲୋଚନା ହେଉଛି କି ଏଥର ଆମ୍ମାଙ୍କ ବିନା ତାମିଲନାଡୁ ରାଜନୀତିରେ ହୁଏତ କିଛି ନୂଆ ଘଟଣା ଘଟିପାରେ । ଅନ୍ୟପଟେ ଭାଜପା ଏବେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଅନୁମାନ କରାଯାଉଛି । କିନ୍ତୁ ୨୦୧୪ ଲୋକ ସଭା ନିର୍ବାଚନରେ ଭାଜପା ବିଜୟୀ ହେବା ପରେ ଏଠାରେ ଗଡ ବନାଇବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନ ଥିଲା । ଦ୍ରାବିଡ ରାଜନୀତି ଆଗରେ ଫେଲ୍ ମାରିଥିଲା ଭାଜପା । ୨୦୧୪ରେ ଭାଜପାକୁ ୫.୫ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ମାତ୍ର ଦୁଇ ପ୍ରତିଶତ ଭୋଟରେ ମନ ବୁଝାଇଥିଲା ଭାଜପା । ହେଲେ ଏଥର ଭାଜପା ତାମିଲନାଡୁ ବିଧାନସଭା ଉପରେ ନିଜର କାୟା ବିସ୍ତାର କରିବାକୁ ଏବେଠାରୁ ଚେଷ୍ଟା ଆରମ୍ଭ କଲାଣି ।

Share