Categories: ଜାତୀୟ

୧୫ ଦିନିଆ ନ୍ୟାୟିକ ହେପାଜତରେ ତାମିଲନାଡୁ ଭାଜପା ସଚିବ, ବିବାଦୀୟ ପୋଷ୍ଟ କରି ହୋଇଥିଲେ ଗିରଫ

ଚେନ୍ନାଇ,୧୭।୬: ତାମିଲନାଡୁ ଭାଜପା ରାଜ୍ୟ ସଚିବ ଏସ. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇରୁ ଗିରଫ କରାଯାଇଛି। ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପୋଲିସର ସୂଚନାନୁସାରେ, ସୁର୍ଯ୍ୟ ନିକଟରେ ମଦୁରାଇ ଏମ୍‌ପି ସୁ ଭେଙ୍କଟେସନଙ୍କ ବିଷୟରେ ଟୁଇଟ୍‌ କରିଥିଲେ, ଏହା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଦଳର ରାଜ୍ୟ ୟୁନିଟ ମୁଖ୍ୟ କେ. ଅନ୍ନାମଲାଇ ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ଏହାକୁ ଅଭିବ୍ୟକ୍ତିର ସ୍ବାଧୀନତାକୁ ରୋକିବା ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନର ବିଭିନ୍ନ ବିଭାଗ ଅନୁଯାୟୀ ସୁର୍ଯ୍ୟଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

Share