Categories: ଜାତୀୟ

ଥିଏଟରରେ ଶତ ପ୍ରତିଶତ ଅକୁପେନ୍‌ସି ନିଷ୍ପତ୍ତିକୁ ବାତିଲ କଲା ତାମିଲନାଡୁ ସରକାର

ଚେନ୍ନାଇ,୮।୧- ସିନେମା ହଲ ଓ ମଲ୍ଟିପ୍ଲେକ୍ସରେ ଶତ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତିକୁ ଶୁକ୍ରବାର ବାତିଲ କରିଛି ତାମିଲନାଡୁ ସରକାର। କିନ୍ତୁ ସରକାର ସ୍ବତନ୍ତ୍ର ଶୋକୁ ସ୍କ୍ରିନିଂ ପାଇଁ ଥିଏଟରଗୁଡ଼ିକୁ ଅନୁମତି ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ସିନେମା ହଲ ଓ ମଲ୍ଟିପ୍ଲେକ୍ସରେ ୫୦ ପ୍ରତିଶତ ଦର୍ଶକ ଏକାଠି ବସିପାରିବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଏକାଠି ବସିବାକୁ ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାଦ୍ରାସ ହାଇ କୋର୍ଟ । ଅତିକମ୍‌ରେ ଭ୍ୟାକ୍‌ସିନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ ସେନ୍‌ଥିଲକୁମାର ରାମାତୁର୍ଥୀଙ୍କ ନେଇ ଗଠିତ ଖଣ୍ଡପୀଠ କହିଥିଲେ।

Share