Categories: ଜାତୀୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଚେନ୍ନାଇ,୩।୫: ବିଧାନସଭା ନିର୍ବାଚନରେ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସୱାମୀ। ଏଆଇଏଡିଏମ୍‌କେ ବିଧାନସଭାରେ ମାତ୍ର ୭୭ଟି ଆସନରେ ବିଜୟୀ ହୋଇଥିଲା। ପରାଜୟକୁ ସ୍ବୀକାର କରି ପଲାନିସୱାମୀ ସୋମବାର ରାଜ୍ୟପାଳଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ରାଜ୍ୟପାଳ ଏହାକୁ ଗ୍ରହଣ କରିବା ପରେ ନିର୍ବାଚନରେ ବହୁମତ ହାସଲ କରିଥିବା ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ ସରକାର ଗଠନ ପାଇଁ ଦାବି ଜଣାଇବେ। ଷ୍ଟାଲିନ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୭ ତାରିଖରେ ଶପଥ ନେବେ।

Share