ଚେନ୍ନାଇ, ୮।୩: ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଡିଏମ୍କେ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଡିଏମ୍କେ ସହଯୋଗୀ ଦଳ କଂଗ୍ରେସକୁ ୨୫ ଆସନ ଛାଡ଼ିଦେଇଛି। ଏଥିସହିତ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିତ୍ବା କନ୍ୟାକୁମାରୀ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ। ସେଠାରେ କଂଗ୍ରେସ ଏମ୍ପି ବସନ୍ତକୁମାରଙ୍କ ପରଲୋକ ପରେ ଆସନ ଖାଲିପଡ଼ିଥିଲା। କଂଗ୍ରେସ ଏବଂ ଡିଏମ୍କେ ଏକାଠି କାମ କରିବେ ଏବଂ ନିର୍ବାଚନରେ ବଡ଼ ବିଜୟ ହେବ ବୋଲି ତାମିଲନାଡୁ କଂଗ୍ରେସ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି। ଡିଏମ୍କେ ୧୮୦ ଆସନରେ ଲଢ଼ିବ। ସୂଚନାଯୋଗ୍ୟ, ୨୦୧୬ ନିର୍ବାଚନରେ କଂଗ୍ରେସ ୪୧ ଆସନରେ ଲଢ଼ି ମାତ୍ର ୮ଟିରେ ବିଜୟୀ ହୋଇଥିଲା।