Categories: ଜାତୀୟ

ବନ୍ଧୁକର ଜବାବ ବନ୍ଧୁକରେ ଦିଆଯିବ: ପାକିସ୍ତାନକୁ ତାମିଲନାଡୁ ରାଜ୍ୟପାଳଙ୍କ ଚେତାବନୀ

କୋଚି,୧ ।୮: କେରଳର କୋଚିରେ ରବିବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ତାବିଲନାଡୁ ରାଜ୍ୟପାଳ ଆରଏନ ରବି ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ବଡ ବୟାନ ଦେଇଛନ୍ତି । ସେ ହିଂସାକୁ ନେଇ ଜିରୋ ଟଲରାନ୍ସ କଥା କହିଛନ୍ତି । ଆରଏନ ରବି କହିଛନ୍ତି ଯିଏ ବି ବନ୍ଧୁକର ବ୍ୟବହାର କରୁଛନ୍ତି ତାକୁ ବନ୍ଧୁକ ଦ୍ୱାରା ହିଁ ଏହାର ଜବାବ ଦିଆଯିବ । ଦେଶର ଏକତା ଓ ଅଖଣ୍ଡତା ବିରୋଧରେ କଥା ହେଉଥିବା ବ୍ୟକ୍ତିଙ୍କ ସହ କିଛି କଥାବାର୍ତ୍ତା ନାହିଁ । ଗତ ୮ ବର୍ଷ ମଧ୍ୟରେ କୌଣସି ସଶସ୍ତ୍ର ଗୋଷ୍ଠୀଙ୍କ ସହ କୌଣସି କଥାବାର୍ତ୍ତା କରାଯାଇ ନାହିଁ ଆଉ ଏହା ବି ହେବା ଉଚିତ ।
ରବି ଆହୁରି ମଧ୍ୟ କହିଛନ୍ତି ଏହା ସ୍ପଷ୍ଟ ହେବା ଉଚିତ କି ପାକିସ୍ତାନ ଆମର ଶତ୍ରୁ ନା ମିତ୍ର । ଆମେ ପୁଲୱାମା ଆକ୍ରମଣ ପରେ ବାଲାକୋଟ ଏହାର ଷ୍ଟ୍ରାଇକ କରି ଏହି ବାର୍ତ୍ତା ଦେବାକୁ ଚାହୁଁଥିଲୁ କି ଯଦି ଆପଣ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଶିକ୍ଷା ।
୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶ ଚିନ୍ତିତ ଥିଲା । ଅଳ୍ପ କେତଜଣ ଆତଙ୍କବାଦୀଙ୍କ ଦ୍ୱାରା ଦେଶକୁ ଅପମାନିତ କରାଗଲା । ଏହି ଘଟଣାର ୯ମାସ ପରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମିଳିତ ବିଜ୍ଞପ୍ତିରେ ହସ୍ତାକ୍ଷର କଲେ । ଯେଉଁଥିରେ କୁହାଯାଇଥିଲା କି ଉଭୟ ଦେଶ ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢିବେ । ହେଲେ ପାକିସ୍ତାନ ଏଥିରେ ପୁଣି ଦୋଗଲା ନୀତି ଆପଣାଇଲା ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଲା ।

Share