Categories: ଜାତୀୟ

ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ,୨।୮: ଏବେ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏବେ କରୋନାରେ ବଡ ବଡ ନେତା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏହିକ୍ରମରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୂରୋହିତ ସାମିଲ ହୋଇଛନ୍ତି। ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଏବେ ଆଇସୋଲେଶନରେ ରହିଚନ୍ତି। ତାଙ୍କ ସ୍ବାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ ନଜର ରଖିଛନ୍ତି। ଏବେ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କାବେରୀ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ତାମିଲନାଡୁ ରାଜଭବନର ୮୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

Share