Categories: ଜାତୀୟ

ତାମିଲନାଡୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ-୫୦ ହଜାର ଜରିମାନା ଦଣ୍ଡାଦେଶ…

ଚେନ୍ନାଇ,୨୧।୧୨ : ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋନମୁଡି ଏବଂ ତାଙ୍କ ସ୍ତୀଙ୍କ କୋର୍ଟ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଉଥିବାରୁ କୋର୍ଟ ମନ୍ତ୍ରୀଙ୍କ ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି।

ନିମ୍ନ ଅଦାଲତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବର୍ତ୍ତମାନ ସେହି ରାୟକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଯଦି ସୁପ୍ରିମକୋର୍ଟ ଏହି ଦଣ୍ଡ କାଏମ ରଖନ୍ତି, ତେବେ ସେ ତାଙ୍କର ବିଧାୟକ ଏବଂ ମନ୍ତ୍ରୀ ପଦ ହରାଇବେ।

ଦୁର୍ନୀତି ନିବାରଣ ଆଇନର ଧାରା ୧୩ (୨) (୧) (ଇ) ଅନୁଯାୟୀ ଦଣ୍ଡନୀୟ ଅପରାଧ ତାଙ୍କ ବିରୁଦ୍ଧରେ ପ୍ରମାଣିତ ହୋଇଛି। ଏହିପରି ବିଭାଗଗୁଡିକ ଜଣେ ସରକାରୀ କର୍ମଚାରୀଙ୍କ ଅପରାଧିକ ଦୁଷ୍କର୍ମ ଏବଂ ବେଆଇନ ରୋଜଗାର ସହ ଜଡିତ। କୋର୍ଟ କହିଛନ୍ତି ମନ୍ତ୍ରୀଙ୍କ ସ୍ତ୍ରୀ ପି. ବିଶାଲାକ୍ଷୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୧୦୯ ଅନୁସାରେ ଦୁର୍ନୀତି ନିବାରଣ ଆଇନର ସମାନ ବିଭାଗରେ ପ୍ରମାଣିତ ହୋଇଛି। ବିଚାରପତିମାନେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ପାଇିଛନ୍ତି।

Share