ଥିରୁଭାଲୁର,୨୫ା୧: ତାମିଲନାଡୁର ଜଣେ ମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରକୁ ଟେକା ଫିଙ୍ଗିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଥିରୁଭାଲୁର ଜିଲାରେ ଏକ କାର୍ଯ୍ୟକ୍ରମରେ ଡିଏମ୍କେ ନେତା ତଥା ତାମିଲନାଡୁ ମନ୍ତ୍ରୀ ଏସ୍.ଏମ୍. ନାସାର ବସିବା ପାଇଁ ଚେୟାର ଆଣିବାରେ ବିଳମ୍ବ ହେବାରୁ ସେ ଉତ୍କ୍ଷିପ୍ତ ହୋଇ ଦଳୀୟ କର୍ମୀମାନଙ୍କୁ ଟେକା ଫିଙ୍ଗିଥିଲେ। ଚେୟାର ଆଣିବାରେ କ’ଣ ପାଇଁ ଏତେ ବିଳମ୍ବ ହେଲା କହି ମନ୍ତ୍ରୀ ଖୁବ୍ ଜୋର୍ରେ ପାଟି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।