Categories: ଜାତୀୟ

୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ

ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର ସରକାରୀ ଅଧିକାରୀଙ୍କନୁସାରେ, ଅଙ୍କିତ ତିଓ୍ବାରୀ ନାମକ ଜଣେ ଇଡି ଅଧିକାରୀ ଡିଂଡିଗୁଲରେ ଜଣେ ଡାକ୍ତରଙ୍କ ଠାରୁ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଚାଲିଥିବା କେସକୁ ବନ୍ଦ କରିବା ପାଇ ଲାଞ୍ଚ ନେଉଥିଲା। ଏହା କହି ଅଙ୍କିତ ନିଜ ଟିମ୍‌ ସହ ଅନ୍ୟମାନଙ୍କୁ ଧମକ ଦେଉଛନ୍ତି।

ତାମିଲନାଡୁର ଭ୍ରଷ୍ଟାଚାର ନିରୋଧକ ନିର୍ଦ୍ଦେଶାଳୟ ଶୁକ୍ରବାର ସକାଳେ ଅଙ୍କିତଙ୍କୁ ଗିରଫ କରିଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଇଡିର ଜଣେ ଅଧିକାରୀ କହିଛନ୍ତି, ଅଙ୍କିତ ଇଡିର କର୍ମଚାରୀ କି ନୁହେଁ ତାହା ଜାଣିବା ଲାଗି ତଦନ୍ତ ଜାରି ରଖିଛୁ। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଇଡି ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ। ଅଙ୍କିତ ଇଡିର ଜଣେ ଅଧିକାରୀ କି ନାହିଁ ତାହା ଏବେଯାଏଁ ସନ୍ଦେହ ଘେରରେ ରହିଛି।

Share