ଚେନ୍ନାଇ,୨୦।୭: ତାମିଲନାଡୁ ପ୍ରିମିୟର ଲିଗ (ଟିଏନପିଲ୍)ର ପ୍ରଥମ ମ୍ୟାଚରେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଚମତ୍କାର ବ୍ୟାଟିଂ କରିଛନ୍ତି। ସେ ୪୩ ବଲରେ ୮୭ ରନ୍ର ପାଳି ଖେଳିଥିଲେ। ସେ ୧୩ ବଲରେ ୬୨ ରନ କେବଳ ଚୌକା ଓ ଛକା ମାରି କରିଥିଲେ। କୋଭାଇ କିଙ୍ଗସ ଏବଂ ସଲେମ ସ୍ପାର୍ଟନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବର୍ଷା ହେତୁ ଧୋଇ ହୋଇଯାଇଥିଲା। କିନ୍ତୁ ଏହି ସମୟରେ ସୁଦର୍ଶନଙ୍କ ବ୍ୟାଟିଂ ପ୍ରଶଂସକଙ୍କୁ ଉପଭୋଗ କରିବାର ସୁଯୋଗ ଦେଇଥିଲା। ବର୍ଷା ହେତୁ ଖେଳ ବନ୍ଦ ହେବା ପୂର୍ବରୁ ଶାହାରୁଖ ଖାନଙ୍କ ନେତୃତ୍ୱାଧୀନ କୋଭାଇ ଦଳ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୧୬୮ ରନ କରିଥିଲା। ସୁଦର୍ଶନ ୪୩ ବଲରେ ୮୭ ରନ୍ର ଏକ ବଡ଼ ଇନିଂସ ଖେଳିଥିଲେ।