ନୂଆଦିଲ୍ଲୀ,୨୬।୨: ତାମିଲନାଡୁ, କେରଳ, ପଶ୍ଚିମ ବଙ୍ଗ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ତାରିଖ ଘୋଷଣା କରିଛି ନିର୍ବାଚନ କମିଶନ (ଇସି)। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ୪ ରାଜ୍ୟ ସମେତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନର ଫଳାଫଳ ମେ’ ୨ ତାରିଖରେ ପ୍ରକାଶ କରାଯିବ ବୋଲି ଇସି ପକ୍ଷରୁ କୁହାଯାଇଛି। ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଆସାମରେ ୩ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ତାମିଲନାଡୁ, ପୁଡୁଚେରୀ ଓ କେରଳରେ ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଏହି ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବା ଲାଗି ୧୮ କୋଟି ମତଦାତା ଯୋଗ୍ୟ ବିବେଚିତ ହୋଇଥିବା କହିଛନ୍ତି ନିର୍ବାଚନ କମିଶନ ମୁଖ୍ୟ ସୁନୀଲ ଆରୋରା।