Categories: ଜାତୀୟ

ବାତ୍ୟା ‘ମାଣ୍ଡୋସ୍‌’କୁ ନେଇ ଚେନ୍ନାଇ ଏୟାରପୋର୍ଟରୁ ବାତିଲ ହେଲା ବିମାନ

ଚେନ୍ନାଇ,୯।୧୨: ଖରାପ ପାଗ ଯୋଗୁ ତାମିଲନାଡୁର ବିମାନ ଉପରେ ପ୍ରଭାବ ପଡ଼ିଛି। ଶୁକ୍ରବାର ଚେନ୍ନାଇ ବିମାନବନ୍ଦରରେ ଖରାପ ପାଗ ଯୋଗୁ ଅନେକ ବିମାନକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ଚେନ୍ନାଇ ଉପକୂଳ ନିକଟରେ ବାତ୍ୟା ‘ମାଣ୍ଡୋସ୍‌’ ଅତିକ୍ରମ କରିବ। ଏଥିପାଇଁ ତାମିଲନାଡୁରେ ପ୍ରବଳ ବର୍ଷା ହେଉଛି। ସୂଚନାଯୋଗ୍ୟ, ବାତ୍ୟା ‘ମାଣ୍ଡୋସ୍‌’ର ପ୍ରଭାବରେ ଶୁକ୍ରବାର ମଧ୍ୟରାତ୍ରିରୁ ରାଜ୍ୟରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୬୫-୭୫ କିଲୋମିଟରରୁ ଆରମ୍ଭ ହୋଇ ୮୫ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ସହିତ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

Share