Categories: ଜାତୀୟ

ନଦୀରେ ବୁଡି ଚାଲିଗଲା ୭ ଜୀବନ

ଚେନ୍ନାଇ,୫।୬: ତାମିଲନାଡୁର କୋଡାଲୁରୁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କୁଡାଲୋର ଜିଲାାର ଗାଡିଲାମ ନଦୀରେ ବୁଡି ତିନି ପିଲାଙ୍କ ସମେତ ୭ ଜଣଙ୍କ ସଲିଳ ସମାଧି ଘଟିଛି। ଏହି ଘଟଣା ଜିଲ୍ଲାର ପାନରୁଟ୍ଟି ଅଞ୍ଚଳର କିଲାରଙ୍ଗୁନାମ ଗ୍ରାମରେ ଘଟିଛି। ପ୍ରଥମେ ୨ ଜଣ ଝିଅ ନଦୀରେ ପହଁରୁ ପହଁରୁ ଗଭୀର ଜଳକୁ ଭାସିଯାଇଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଆଉ ୫ ଜଣ ଯୁବତୀ ଯାଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସମସ୍ତଙ୍କ ୭ ଜଣ ପ୍ରବଳ ସ୍ରୋତରେ ବୁଡିଯାଇଥିଲେ।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍‌ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ଜନସ୍ବାସ୍ଥ୍ୟ ପାଣ୍ଠିରୁ ପ୍ରଦାନ କରାଯିବ।

Share