Categories: ଜାତୀୟ

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ, ୭ ଆହତ

ଚେନ୍ନାଇ,୩।୪: ତାମିଲନାଡୁର ଶିବଗଙ୍ଗା ଜିଲାର ତିରୁମଞ୍ଜଲାଇ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ଜଣାପଡିଛି। ଅନ୍ୟପଟେ, ଆହତମାନଙ୍କୁ ଚିକିତ୍ସା ପାଇଁ ଶିବଗଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବସ୍‌ରେ ୪୭ ଜଣ ଯାତ୍ରୀ ଥିଲେ।

Share