Categories: ଜାତୀୟ

ବନ୍ୟାଗ୍ରସ୍ତ ହିମାଚଳକୁ ୧୦ କୋଟି ଆର୍ଥିକ ସହାୟତା ଯୋଗାଇଦେବ ତାମିଲନାଡୁ: ଷ୍ଟାଲିନଙ୍କ ଘୋଷଣା…

ଚେନ୍ନାଇ,୨୩।୮ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟାଗ୍ରସ୍ତ ହିମାଚଳ ପ୍ରଦେଶରେ ରିଲିଫ ସହାୟତା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି। ତାଙ୍କ ହିମାଚଳ ପ୍ରଦେଶର ପ୍ରତିପକ୍ଷ ସୁଖବିନ୍ଦର ସିଂ ସୁଖୁଙ୍କୁ ଏକ ଚିଠି ଲେଖି ସିଏମ ଷ୍ଟାଲିନ କହିଛନ୍ତି ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାହାଡ଼ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଏବଂ ବିନାଶ ନେଇ ସେ ଯନ୍ତ୍ରଣା ଅନୁଭବ କରିଛନ୍ତି।

ସେ କହିଛନ୍ତି, ’ମୋର ଚିନ୍ତାଧାରା ସମସ୍ତଙ୍କ ସହ ଅଛି ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଏକ ଛୋଟ ସହାୟତା ଭାବରେ ତାମିଲନାଡୁ ସରକାର ଆପଣଙ୍କ ରାଜ୍ୟରେ ରିଲିଫ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ଯୋଗଦାନ କରୁଛନ୍ତି। ଦୟାକରି ଏହାକୁ ଗ୍ରହଣ କରନ୍ତୁ। ତାମିଲନାଡୁ ସରକାର ଏବଂ ଲୋକଙ୍କୁ ସମର୍ଥନ ଜଣାଇ ଷ୍ଟାଲିନ କହିଛନ୍ତି ଯଦି ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଆମେ କିଛି କରିପାରିବୁ, ଦୟାକରି ମୋତେ ଜଣାଇବାକୁ କୁଣ୍ଠାବୋଧ କରିବେ ନାହିଁ।

ଏକ ସରକାରୀ ପ୍ରକାଶନରେ କୁହାଯାଇଛି ସୁଖବିନ୍ଦର ସିଂ ଷ୍ଟାଲିନଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ବର୍ଷା ତଥା ଆନୁଷଙ୍ଗିକ ଘଟଣା ତଥା ସରକାରଙ୍କ ରିଲିଫ ପଦକ୍ଷେପ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ। ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବାରେ ହିମାଚଳ ସରକାରଙ୍କ ଉଦ୍ୟମକୁ ଷ୍ଟାଲିନ ପ୍ରଶଂସା କରିଥିଲେ। ସିଏମ କହିଛନ୍ତି ସେ ନିଶ୍ଚିତ ଅଛନ୍ତି ସୁଖୁଙ୍କ ନେତୃତ୍ୱରେ ହିମାଚଳ ପ୍ରଦେଶ ଖୁବ ଶୀଘ୍ର ସ୍ବାଭାବିକ ହେବ। ପୂର୍ବରୁ ହିମାଚଳ ପ୍ରଦେଶ ପାଇଁ ରାଜସ୍ଥାନର ରାଜ୍ୟ ସରକାର ୧୫ କୋଟି ଟଙ୍କା ଏବଂ ଛତିଶଗଡ ୧୧ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ।

Share