Categories: ଜାତୀୟ

ଲକ୍ଷ୍ନୌରୁ ରାମେଶ୍ୱର ଯାଉଥିବା ଟ୍ରେନରେ ଲାଗିଲା ନିଆଁ, ୮ ମୃତ

ମଦୁରାଇ,୨୬।୮: ତାମିଲ ନାଡୁରେ ଏକ ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ମିଳିଛି। ଏଠାରେ ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନର ଏକ କୋଚରେ ନିଆଁକୁ ଲାଗି ଯାଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇର ଅନୁଯାୟୀ, ଦକ୍ଷିଣ ରେଲଓ୍ବେର ସୂତ୍ରରୁ ପ୍ରକାଶ ଯେ ଲକ୍ଷ୍ନୌରୁ ରାମେଶ୍ୱରମ ଅଭିମୁଖେ ଯାଉଥିବା ଏକ ଟ୍ରେନର ଯାତ୍ରୀବାହୀ କୋଚରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କର ମତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।
ରେଲଓ୍ବେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ମଦୁରାଇ ଷ୍ଟେଶନରେ ପୁନାଲୁର-ମଦୁରାଇ ଏକ୍ସପ୍ରେସର ଏକ ଘରୋଇ କୋଚରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ସେବା ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଏବଂ ଅନ୍ୟ କୋଚମାନଙ୍କର କୌଣସି କ୍ଷତି ହୋଇ ନାହିଁ।
ଦକ୍ଷିଣ ରେଲଓ୍ବେ ଟ୍ରେନରେ ନିଆଁ ଲାଗିଥିବା ସୂଚନା ଦେଇଥିଲା। ସୂଚନା ଅନୁଯାୟୀ, ଯାତ୍ରୀ ଗୁପ୍ତରେ ପରିବହନ କରୁଥିବା ଗ୍ୟାସ ସିଲିଣ୍ଡର ଯୋଗୁଁ ନିଆଁ ଲାଗିଯାଇଥିଲା। ରେଲଓ୍ବେ କହିଛି ଯେ ଘରୋଇ ପାର୍ଟି କୋଚରେ ଥିବା ଯାତ୍ରୀମାନେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଚୋରା ଚାଲାଣ କରୁଥିଲେ ଏବଂ ଏହାଦ୍ୱାରା ନିଆଁ ଲାଗିଯାଇଥିଲା। କୋଚରେ ନିଆଁ ଅତ୍ୟନ୍ତ ଭୟଙ୍କର ଥିଲା, ଯାହାକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବହୁ କଷ୍ଟରେ ଲିଭାଇଥିଲେ।

Share