ସେଲ୍‌ଫି ନେବାବେଳେ ପ୍ରଶଂସକଙ୍କ ଫୋନ୍‌ ଛଡ଼ାଇନେଲେ ଏହି ସୁପରଷ୍ଟାର: କାରଣ ଜାଣିଲେ…

ନୂଆଦିଲ୍ଲୀ,୭।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ ସୁପରଷ୍ଟାରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ମଙ୍ଗଳବାର ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ, ବିଜୟ, ଅଜିତ କୁମାର, କମଲ ହାସନ, ଶ୍ରୁତି ହାସନ, ଅକ୍ଷରା ହାସନ ପ୍ରମୁଖ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେଲିବ୍ରିଟିମାନେ ବୁଥ୍‌ ନିକଟରେ ପହଞ୍ଚିବା ପରେ ସେଠାରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଲୋକମାନେ ସେମାନଙ୍କ ପ୍ରିୟ ତାରକାଙ୍କ ସହ ସେଲ୍‌ଫି ନେବାକୁ ଆଗେଇ ଆସିଥିଲେ। ଏମିତି କିଛି ଘଟିଥିଲା ତାମିଲ ସୁପରଷ୍ଟାର ଅଜୀତ କୁମାରଙ୍କ ସହ। ଅଜୀତଙ୍କ ଜଣେ ପ୍ରଶଂସକ ତାଙ୍କ ସହ ସେଲ୍‌ଫି ନେବାବେଳେ ସୁପରଷ୍ଟାର ତାଙ୍କଠାରୁ ଫୋନ୍‌ ଛଡ଼ାଇ ନେଇଯାଇଥିଲେ। କାରଣ ସେ ମାସ୍କ ପିନ୍ଧି ନ ଥିଲେ।
ଅଜିତ୍‌ ସ୍ତ୍ରୀଙ୍କ ସହ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାକୁ ଯାଇଥିଲେ। ଯେତେବେଳେ ସେ କାରରୁ ବାହାରିଥିଲେ ପ୍ରଶଂସକମାନେ ସେଲ୍‌ଫି ନେବାକୁ ଘେରିଯାଇଥିଲେ। ମାତ୍ର ଅଭିନେତା ଜଣେ ପ୍ରଶଂସକଙ୍କ ଫୋନକୁ୍‌ ଛଡ଼ାଇ ନେଇଯାଇଥିଲେ। କାରଣ ସେ ମାସ୍କ ପିନ୍ଧି ନ ଥିଲେ। ଏହି କାରଣରୁ ଅଜିତ୍‌ ରାଗରେ ତାଙ୍କଠାରୁ ଫୋନ୍‌ ଛଡ଼ାଇ ନେଇଯାଇଥିଲେ। ମାତ୍ର ପରେ ସେ ପ୍ରଶଂସକଙ୍କ ଫୋନ୍‌ ଫେରାଇ ଦେଇଥିଲେ। ଏହାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share