ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହତ୍ୟା

ତାମିଲ ଭାଷାର ଲୋକପ୍ରିୟ ଟିଭି ଧାରାବାହିକ ‘ଥେନମୋଝି ବିଏ’ରେ ଖଳନାୟ ଚରିତ୍ରରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ୪ଜଣ ସନ୍ଦିଗ୍ଧ ଥିବା ଦେଖିବାକୁ ମିଳୁଛି। ଏହାକୁ କେନ୍ଦ୍ରକରି ପୋଲିସ ଘଟଣାର ତଦନ୍ତ ଚଳାଇଛି।
ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଲଭାରାଥିନମ ଶନିବାର ଶୁଟିଂ ପାଇଁ ସେଟ୍‌କୁ ଯାଇ ନ ଥିଲେ। ବନ୍ଧୁ ମଣିଙ୍କ ସହ ଜଣେ ସହାୟକ ନିର୍ଦ୍ଦେଶକଙ୍କ ନିକଟକୁ ସେ ଯାଇଥିଲେ। ରବିବାର ସକାଳେ ଏକ ଫୋନ୍‌ କଲ୍‌ ଆସିବାରୁ ସେ ଘରୁ ଚାଲିଯାଇଥିଲେ। କିଛି ସମୟ ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।
ସେଲଭାରାଥିନମ ଗତ ୧୦ ବର୍ଷ ଧରି ଭାରତରେ ରହୁଥିବା ଶ୍ରୀଲଙ୍କା ଶରଣାର୍ଥର ଥିଲେ।

Share