କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପରସ୍ପର ମଧ୍ୟରେ ଦୂରତ୍ୱ ରକ୍ଷା କରି କରୋନା ସହ ବଞ୍ଚିବା ମଧ୍ୟ ଲୋକେ ଶିଖିଗଲେଣି। ତେବେ ଏହି ସମୟରେ କିପରି ସଚେତନ ରହିବା ସେଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ଜାଗରଣ ସୃଷ୍ଟି କରୁଛନ୍ତି। ଏହି କ୍ରମରେ ତାମିଲନାଡୁର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ମହିଳା ଦେବୀ ମା’ ରୂପ ଧାରଣକରି ଲୋକଙ୍କୁ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳୁଛି। ତାମିଲନାଡୁର ଦେହାତ ଅଞ୍ଚଳରେ ଦେବୀ ମରିୟାମନଙ୍କୁ ଲୋକେ ପୂଜା କରୁଥିବାରୁ ମହିଳା ଜଣଙ୍କ ଉକ୍ତ ଦେବୀଙ୍କ ରୂପରେ ଲୋକଙ୍କୁ ସଚେତନ କରୁଛନ୍ତି।
ସେହିପରି ଦିଲ୍ଲୀର ଜଣେ ପୋଲିସ ସ୍ଥାନୀୟ ଜଣେ କଳାକାରଙ୍କ ସହଯୋଗରେ ଲୋକଙ୍କୁ ସଚେତନ କରିବା ପାଇଁ ଯମରାଜାର ସହାୟତା ନେଇଛନ୍ତି। କିପରି ସାମାଜିକ ଦୂରତ୍ୱ ରକ୍ଷାକରିବ, ହାତ ଧୋଇବ ସେ ନେଇ ଯମରାଜ ଭେଷରେ ଲୋକଙ୍କୁ ବୁଝାଉଛନ୍ତି।