Categories: ଜାତୀୟ

ଟିକା ନେଇ ନ ଥିଲେ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ମନା

ମଦୁରାଇ,୪।୧୨: ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଟିକା ନେଇ ନ ଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବନି।

ଆସନ୍ତା ସପ୍ତାହରୁ ଏହି ନିୟମ କଡାକଡି ଭାବେ ଲାଗୁ ହେବ। ଏହି ପ୍ରତିବନ୍ଧକ ଲାଗୁ ହେବା ପୂର୍ବରୁ ଲୋକଙ୍କୁ ଗୋଟିଏ ସପ୍ତାହର ସମୟ ଦିଆଯାଇଥିବା ନେଇ ଜିଲା ପ୍ରଶାସନ କହିଛନ୍ତି। ଏହି ସପ୍ତାହ ମଧ୍ୟରେ ଲୋକମାନଙ୍କୁ ଅତିକମ୍‌ରେ ଟିକାର ଗୋଟିଏ ଡୋଜ୍‌ ନେବାକୁ ପଡିବ। ଯଦି କେହି ଏହି ସପ୍ତାହକ ସମୟ ମଧ୍ୟରେ ଟିକା ନ ନେଲେ, ତା’ହେଲେ ସେମାନଙ୍କୁ ହୋଟେଲ, ମଲ୍‌ ଭଳି ସର୍ବସାଧାରଣ ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲ ପ୍ରଶାସନ କହିଛି।

Share