Categories: ଖେଳ

ଟି୨୦ରୁ ଅବସର ନେଲେ ତମିମ୍‌

ଜର୍ଜଟାଉନ୍‌,୧୭।୭: ବାଂଲାଦେଶ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଅଧିନାୟକ ତମିମ୍‌ ଇକ୍‌ବାଲ ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦଳର ସିରିଜ ବିଜୟ ପରେ ତମିମ୍‌ ଏହି ଘୋଷଣା କରିଛନ୍ତି। ତମିମ୍‌ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ୨୦୨୦ ମାର୍ଚ୍ଚରେ ଖେଳିଥିଲେ। ୩୩ ବର୍ଷୀୟ ଏହି କ୍ରିକେଟର ତାଙ୍କ କ୍ୟାରିୟରରେ ୭୮ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ସେ ୨୪.୦୮ ଆଭରେଜ୍‌ରେ ୧୭୫୮ ରନ୍‌ ସଂଗ୍ରହ କରିଛନ୍ତି। ଗତ ଜାନୁୟାରୀରେ ତମିମ୍‌ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରୁ ୬ ମାସ ପାଇଁ ବିରାମ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଏକ ଘରୋଇ ଟୁର୍ନାମେଣ୍ଟ ଖେଳିଥିଲେ।

Share