Categories: ଖେଳ

ଅବସରରୁ ଓହରିଲେ ତାମିମ୍‌ ଇକ୍‌ବାଲ

ଚଟ୍ଟୋଗ୍ରାମ୍‌ (ବାଂଲାଦେଶ), ୮ା୭ (ପି.ଟି.): ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପଦେଶ କ୍ରମେ ଅବସରରୁ ଓହରିଯାଇଛନ୍ତି ବାଂଲାଦେଶର ଷ୍ଟାର କ୍ରିକେଟର ତାମିମ ଇକବାଲ। ୩୪ ବର୍ଷୀୟ ତାମିମ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜରେ ଦଳର ନେତୃତ୍ୱ ନେଉଥିଲେ। ମାତ୍ର ବୁଧବାର ପ୍ରଥମ ମ୍ୟାଚରେ ବାଂଲାଦେଶ ହାରିଯିବାର ଦିନକ ପରେ ସେ ତାଙ୍କର ଅବସର ଘୋଷଣା କରିଥିଲେ। ତାମିମ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନକୁ ଆମନ୍ତ୍ରଣ କରିଥିଲେ। ସେ ତାଙ୍କ ଉପଦେଶ ଦେଇ ଦେଶ ପାଇଁ ପୁଣି ଖେଳିବା ଲାଗି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭଳି ବ୍ୟକ୍ତି କଥାକୁ ସେ ଭାଙ୍ଗିପାରିବେ ନାହିଁ। ନିଷ୍ପତ୍ତିରୁ ଓହରିଯିବା ପଛରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସଭାପତି ପାପନ ନାଜମୁଲ ହସନ ଏବଂ ମାଶ୍ରାଫି ମୋର୍ତ୍ତାଜାଙ୍କ ଭୂମିକା ରହିଛି।

Share