ଛତ୍ରପୁର,୧୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ରହିଛି ଆକର୍ଷଣୀୟ ତାମ୍ପରା ହ୍ରଦ। ଏହାକୁ ନୂଆରୂପ ଦେଇ ପାର୍କ ପ୍ରତିଷ୍ଠା ହୋଇଛି। ଉଦ୍ଘାଟନ ପରଠାରୁ କରୋନା ଯୋଗୁ ଏହା ବନ୍ଦ ରହିଛି। କରୋନା କଟକଣା ମାନିବା ସହ କୋଭିଡ୍ ଜିରୋ ଆକ୍ଟିଭ କେଶ ହେଲେ ଏହା ଜନସାଧାରଣଙ୍କ ପାଇଁ ଖୋଲିବା ନେଇ ଆଶା ପ୍ରକଟ କରି ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେବା ସହ ଫଟୋ ପୋଷ୍ଟ କରିଛନ୍ତି।