‘ତାଣ୍ଡବ’ ବିବାଦ : ନିର୍ଦ୍ଦେଶକଙ୍କ ଘରେ ୟୁପି ପୋଲିସ

ମୁମ୍ବାଇ,୨୧।୧: ନିକଟରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଓ୍ବେବ ସିରିଜ୍‌ ‘ତାଣ୍ଡବ’କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନା ନେଉନାହିଁ। ଚାରି ଆଡ଼ୁ ସମାଲୋଚନା ସମ୍ମୁଖୀନ ହେବା ପରେ ନିର୍ଦ୍ଦେଶକ ଅଲି ଅବାସ ଜାଫର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହା ସତ୍ତ୍ୱେ ମୁମ୍ବାଇସ୍ଥିତ ଜାଫରଙ୍କ ବାସଭବନରେ ଗୁରୁବାର ପହଞ୍ଚିଛି ଉତ୍ତର ପ୍ରଦେଶ (ୟୁପି) ପୋଲିସ। ଆଉ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲାର ତଦନ୍ତ କରୁଥିବା ଅଫିସରଙ୍କ ନିକଟରେ ହାଜର ହେବାକୁ ନୋଟିସ ଦେଇଛି।

ଆସନ୍ତା ୨୭ ତାରିଖରେ ଲକ୍ଷ୍ନୌଠାରେ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହେବାକୁ ନୋଟିସ ଦେଇଛୁ ବୋଲି ୟୁପି ପୋଲିସ ଅଧିକାରୀ ଅନୀଲ କୁମାର ସିଂ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଜାଫରଙ୍କ ଘରେ ତାଲ ପଡ଼ିଥିଲା। କେହି ନ ଥିବାରୁ ନୋଟିସକୁ କାନ୍ଥରେ ଲଗାଇ ଦେଇଛି। ବମ୍ବେ ହାଇକୋର୍ଟ ବୁଧବାର ‘ତାଣ୍ଡବ’ର ଲେଖକ ଓ ନିର୍ଦ୍ଦେଶକ ଜାଫରଙ୍କ ଟ୍ରାନ୍‌ଜିଟ ରିଲିଫ ଆବେଦନକୁ ମଞ୍ଜୁରୀ ଦେଇଥିଲେ।

Share