ଓ୍ବେବ ସିରିଜ୍‌ ‘ତାଣ୍ଡବ’ରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୯।୧: ଆମାଜନ ପ୍ରାଇମରେ ଗତ ଶୁକ୍ରବାର ରିଲିଜ ହୋଇଥିବା ଓ୍ବେବ ସିରିଜ୍‌ ‘ତାଣ୍ଡବ’ର କିଛି ଦୃଶ୍ୟ ଓ ଡାଇଲଗରେ ପରିବର୍ତ୍ତନ କରାଯିବ। ଏ ନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ମେକର୍ସ। ୯ ଏପିସୋଡ୍‌ ବିଶିଷ୍ଟ ଓ୍ବେବ ସିରିଜ୍‌ ରିଲିଜ ହେବା ପରେ ବିବାଦରେ ଘେରି ହୋଇଯାଇଛି। ଏହି ଓ୍ବେବ ସିରିଜରେ ଅଭିନେତାମାନେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଦେଉଥିବାର କିଛି ଦୃଶ୍ୟ ରହିଛି। ଏହାକୁ ବିରୋଧ କରି ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ମାମଲା ଦାୟର ହୋଇଥିଲା। ଏ ସଂକ୍ରାନ୍ତରେ ଆମାଜନ ପ୍ରାଇମଠାରୁ ରିପୋର୍ଟ ତଲବ କରିଥିଲା କେନ୍ଦ୍ରର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏହାପରେ ଓ୍ବେବ ସିରିଜ୍‌ର ନିର୍ଦ୍ଦେଶକ ଅଲି ଆବାସ ଜାଫର ନିଃସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ।

Share