Categories: ବାଣିଜ୍ୟ

ରଥଯାତ୍ରା ଉପଲକ୍ଷେ ‘ତନେଇରା’ର ଗୋଲ୍ଡ କଏନ୍‌ ଅଫର, ୨୦,୦୦୦ଟଙ୍କାର ଶପିଂ ଉପରେ…

ଭୁବନେଶ୍ବର,୪।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ (ବ୍ରାଣ୍ଡ୍‌) ‘ତନେଇରା’ର ବହୁ ପ୍ରତୀକ୍ଷିତ ‘ଗୋଲ୍ଡ କଏନ’ (ସୁନା ମୁଦ୍ରା) ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ତନେଇରାର ଭୁବନେଶ୍ୱର ଆଉଟ୍‌ଲେଟ୍‌ ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ତନେଇରାର ବିଏମ୍‌ (ଇଷ୍ଟ) ସୁମିତ ଘୋଷ, ଏବିଏମ୍‌ (ଇଷ୍ଟ) ନୀତୀଶ ପରାସରୀ ଏବଂ ବିଏ ମାଣିକ ହଂସ ପ୍ରମୁଖ ଯୋଗଦେଇ ଉଭୟ ଅଫର ଓ ନୂତନ କଲେକ୍ସନ ସହିତ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ଉଲ୍ଲେଖଯୋଗ୍ୟ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତନେଇରା ପକ୍ଷରୁ ଆକର୍ଷଣୀୟ ‘ଗୋଲ୍ଡ କଏନ’ ଅଫର ଆରମ୍ଭ କରାଯାଇଛି। ଏହି ଅଫର ୨୦୨୪ ଜୁଲାଇ ୪ ରୁ ୮ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ଛକ ଏବଂ କଟକର ସିଡିଏ-୬ ଠାରେ ଥିବା ତନେଇରା ଷ୍ଟୋରରେ ଉପଲବ୍ଧ। ଏପରିକି ୨୦,୦୦୦ ଟଙ୍କା କିମ୍ବା ତଦ୍ଦୂର୍ଦ୍ଧ୍ୱ ମୂଲ୍ୟର ଶପିଂ ଉପରେ ଗ୍ରାହକ ୦.୨ଗ୍ରାମ ଯୁକ୍ତ ତନିସ୍କ ଗୋଲ୍ଡ କଏନ୍‌ ପାଇପାରିବେ। ସେହିଭଳି ତନେଇରାରେ ଗ୍ରାହକ ସମ୍ବଲପୁରୀ, ଗୋପାଳପୁର ଟସର ସିଲ୍‌କ, କାଞ୍ଜିଭରମ ସମେତ ବନାରସୀଠାରୁ ଆରମ୍ଭକରି ବିଳାସପୂର୍ଣ୍ଣ ବେଙ୍ଗଲ ସିଲ୍‌କ, ମୁର୍ଶିଦାବାଦ ସିଲ୍‌କ, ସାଉଥ୍‌ ସିଲ୍‌କ ଏବଂ ଏମ୍ବ୍ରୋଡୋରି ସିଲ୍‌କ ଓ କଟନ ଆଦିର ସ୍ବତନ୍ତ୍ର ଉତ୍ପାଦମାଳା ପାଇପାରିବେ। ଏପରିକି ତନେଇରାରେ ଭାରତର ୧୦୦ରୁ ଊର୍ଦ୍ଧ୍ୱ ବୟନ କ୍ଲଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ଫ୍ୟାବ୍ରିକ୍ସରେ ପ୍ରସ୍ତୁତ ବ୍ୟାପକ ସମ୍ଭାର ଉପଲବ୍ଧ। ସେହିପରି ସେଲିବ୍ରେଶନ୍‌କୁ ବଢ଼ାଇବା ପାଇଁ ତନେଇରା ଭାରତର କୋଣ ଅନୁକୋଣରୁ ସର୍ବଶ୍ରେଷ୍ଠ କାରିଗରିକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି। ଏପରିକି ପ୍ରତ୍ୟେକ ହାତ ତିଆରି ଡ୍ରେପ୍‌ ସଠିକତା ଏବଂ ଆବେଗର ମିଶ୍ରଣ ହୋଇଥିଲାବେଳେ ଏହା ଭାରତର ବିବିଧ ବୟନ ଐତିହ୍ୟକୁ ପ୍ରଦର୍ଶିତ କରୁଛି। ଅପରପକ୍ଷରେ ଓଡ଼ିଶାର ସମସ୍ତ ତନେଇରା ଷ୍ଟୋରରୁ ଗ୍ରାହକ ସିଗ୍‌ନେଚର କଲେକ୍ସନ ଅନ୍ତର୍ଗତ ଆକର୍ଷଣୀୟ ଶାଢ଼ି ସହିତ ଅତି ସୁନ୍ଦର ରେଡି-ଟୁ-ୱେର୍‌ କୁର୍ତ୍ତା ଏବଂ କୁର୍ତ୍ତା ସେଟ୍‌ ପାଇପାରିବେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଏହାର ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଇଥିବା ବେଳେ ଏ ସବୁ ଅଫର ଉତ୍ସବର ଆନନ୍ଦକୁ ବହୁ ଗୁଣା କରିବ।

Share