Categories: ବାଣିଜ୍ୟ

ତନେଇରାର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୨୧।୧୨: ଟାଟା ଗ୍ରୁପ୍‌ର ସ୍ବତନ୍ତ୍ର ପରିଧାନ ବ୍ରାଣ୍ଡ୍‌ ତନେଇରାର ଭୁବନେଶ୍ୱର ଆଉଟ୍‌ଲେଟ୍‌ ପକ୍ଷରୁ ଶୋ’ରୁମ୍‌ର ପ୍ରଥମ ବର୍ଷର ପୂର୍ତ୍ତି ଉତ୍ସବ ବୁଧବାର ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଉଟ୍‌ଲେଟ୍‌ ପକ୍ଷରୁ ଏକ ଖରବଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ତନେଇରାର ଆର୍‌ବିଏମ୍‌ ସୁମିତ ଘୋଷ ଏବଂ ଆଉଟ୍‌ଲେଟ୍‌ ସ୍ବତ୍ୱାଧିକାରୀ ତଥା ବିଏ ମାଣିକ ହଂସ ଯୋଗଦେଇ ଉଭୟ ତନେଇରା ଓ ଭୁବନେଶ୍ୱର ଷ୍ଟୋର ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ଏହି ଅବସରରେ ତନେଇରା ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଷ୍ଟୋର ପକ୍ଷରୁ ଏକ ସ୍ବତନ୍ତ୍ର ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ପ୍ରତି ୨୦,୦୦୦ ଟଙ୍କାର କ୍ରୟ ବିଲିଂ କିମ୍ବା ତା’ଠାରୁ ଅଧିକ କ୍ରୟ ବିଲିଂ ଉପରେ ଗ୍ରାହକଙ୍କୁ ତନିସ୍କର ଏକ ଆକର୍ଷଣୀୟ ସ୍ବର୍ଣ୍ଣ ମୁଦ୍ରା (୦.୦୨ ଗ୍ରାମ ମୁଦ୍ରା) ଅଫର ଆକାରର ଦିଆଯାଉଛି। ଏହି ଅଫର ୨୦୨୩ ଡିସେମ୍ବର ୨୪ ପର୍ଯ୍ୟନ୍ତ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ତନେଇରାରେ ଦେଶର ପ୍ରମୁଖ ବୁଣାକାର ସମିତି ଓ ସୋସାଇଟିର ଲୋକପ୍ରିୟ ତଥା ପ୍ରିମିୟମ ଶାଢ଼ି ସାଙ୍ଗକୁ ରେଡି ଟୁ ଓ୍ବେୟର ବ୍ଲାଉଜ ଓ କୁର୍ତ୍ତା ସେଟର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ୨୨୦୦ ଟଙ୍କାରୁ ୨,୨୦,୦୦୦ ଟଙ୍କାର ଶାଢ଼ି ଏଠାରେ ରହିଛି।

Share