Advertisement

ଟାଙ୍ଗିଆରେ ବୃଦ୍ଧଙ୍କୁ ହାଣି ହତ୍ୟା

କୋରାପୁଟ,୨।୪(ସ୍ବ.ପ୍ର.): କୋରାପୁଟ ସହରର ସୁନାରି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀ ସ୍ବାମୀ-ସ୍ତ୍ରୀଙ୍କ କଳହ ମଧ୍ୟରେ ମଧ୍ୟସ୍ଥ ହୋଇ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। ଅଭିଯୁକ୍ତଙ୍କ ଟାଙ୍ଗିଆ ଚୋଟରେ ୭୦ ବର୍ଷୀୟ ବୃଦ୍ଧ ରାମ ପ୍ରସାଦଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
ଖବର ପାଇ କୋରାପୁଟ ଟାଉନ ପୋଲିସ ପହଞ୍ଚି ଅଭିଯୁକ୍ତ ଡମ୍ବୁ ସାକିଆ(୩୨)ଙ୍କୁ ଗିରଫ କରିଛି। ଏପରିକି ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୋରାପୁଟ ଟାଉନ ଥାନା ଆଇଆଇସି ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୃତ ବୃଦ୍ଧ ଜଣକ କୋରାପୁଟ ବସ୍‌ ଷ୍ଟାଣ୍ଡରେ ଚଣା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share