ତନିଷ୍କର ‘ଧରୋହର କଲେକ୍ସନ’

ଭୁବନେଶ୍ୱର,୧।୧୧: କାନଫୁଲ ହେଉ କି ହାର, ଚୁଡ଼ି ସବୁଥିରେ ଭାରତର ଐତିହ୍ୟ ଓ କାଳଜୟୀ ପରମ୍ପରା ଦେଖିବାକୁ ମିଳିବ। ଦୀପାବଳି ଅବସରରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିଷ୍କ ଗ୍ରାହକଙ୍କ ପାଇଁ ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରିଛି। ଏଥିରେ ସୁନ୍ଦର କଳାକୃତି ମାଧ୍ୟମରେ ତନିଷ୍କ ପୁରୁଣା ଏବଂ ନୂତନ ପରମ୍ପରା ମଧ୍ୟରେ ଏକ ସଂଯୋଗ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି। ଏନେଇ ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ତନିଷ୍କର ବିଜନେସ୍‌ ଆସୋସିଏଟ୍‌ ଯୋଗେନ୍ଦ୍ର ହଂସ କହିଛନ୍ତି ଦେଶର ଏହି ପ୍ରମୁଖ ଗହଣା ପ୍ରତିଷ୍ଠାନ ‘ଧରୋହର’ କଲେକ୍ସନ ଜରିଆରେ ଐତିହ୍ୟ ଏବଂ ଅତୀତର ସେତୁ ମାଧ୍ୟମରେ ପିଢ଼ିମାନଙ୍କୁ ବାନ୍ଧୁଛି। ସେହିପରି ରିଜିଓନାଲ ବିଜ୍‌ନେସ୍‌ ମ୍ୟାନେଜର ଆଲୋକ ରଞ୍ଜନ କହିଛନ୍ତି, ‘ଧରୋହର’ କଲେକ୍ସନରେ ପ୍ଲେନ ଗୋଲ୍ଡ, ଭିଣ୍ଟେଜ ଏବଂ କୁନ୍ଦନ ଗହଣା ଡିଜାଇନ ରହିଛି। ମହିଳାମାନେ ଭାରତୀୟ ପରମ୍ପରାର ରକ୍ଷକ ହୋଇଥିବାବେଳେ ଏହି ଗହଣା ତାଙ୍କୁ ସ୍ବତନ୍ତ୍ର ଲୁକ୍‌ ଦେବ।
ଦକ୍ଷ କାରିଗରଙ୍କ ଦ୍ୱାରା ଏହି ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରାଯାଉଛି। ଚଣ୍ଡକ ୱାର୍କ, ରାସ ରାଓ୍ବା, ସୂକ୍ଷ୍ମ ତାରକସି କାମ ଦ୍ୱାରା ‘ଧରୋହର’ କଲେକ୍ସନର ପ୍ରତ୍ୟେକ ଗହଣାରେ ଭାରତୀୟ ପରମ୍ପରା ପ୍ରତିଫଳିତ ହେଉଛି। ଥପା ୱାର୍କ ସହ ଚୋକର, ନେକଲେସ୍‌ ତାରକସି ନେକଲେସ ସେଟ, କୁନ୍ଦନ କାର୍ଯ୍ୟରେ କ୍ଲାସିକ ସେଟ ବ୍ୟତୀତ ନେକଲେସ ସେଟ, ଚୁଡି, ବ୍ରେସଲେଟ୍‌ ଓ ହାତମୁଦି ମଧ୍ୟ ଏଥିରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୨୪।୧୨: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆର ପ୍ଲାଟ୍‌ଫର୍ମରେ ଷ୍ଟକ ହୋଲ୍ଡିଙ୍ଗ୍‌ ସହ ସହଭାଗିତାରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ (ଏଇଏସ୍‌) ସଲ୍ୟୁଶନର...

ବେଦାନ୍ତର ଅଗ୍ନି ନିରାପତ୍ତା ତାଲିମ ଶିବିର

ଭୁବନେଶ୍ୱର,୨୪।୧୨ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଅଗ୍ନି ଜାଗରୁକତା ପଦକ୍ଷେପ ଅଧୀନରେ ଏକ ତାଲିମ ଶିବିର ‘ଅଗ୍ନି ନରାପତ୍ତା ତାଲିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri