Categories: ବାଣିଜ୍ୟ

ତନିଷ୍କର ‘ଧରୋହର କଲେକ୍ସନ’

ଭୁବନେଶ୍ୱର,୩୧।୧୦ (ଅନୁରାଧା ମହାରଣା): କାନଫୁଲ ହେଉ କି ହାର, ଚୁଡ଼ି ସବୁଥିରେ ଭାରତର ଐତିହ୍ୟ ଓ କାଳଜୟୀ ପରମ୍ପରା ଦେଖିବାକୁ ମିଳିବ। ଦୀପାବଳି ଅବସରରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିଷ୍କ ଗ୍ରାହକଙ୍କ ପାଇଁ ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରିଛି। ଏଥିରେ ସୁନ୍ଦର କଳାକୃତି ମାଧ୍ୟମରେ ତନିଷ୍କ ପୁରୁଣା ଏବଂ ନୂତନ ପରମ୍ପରା ମଧ୍ୟରେ ଏକ ସଂଯୋଗ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି। ଏନେଇ ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ତନିଷ୍କର ବିଜନେସ୍‌ ଆସୋସିଏଟ୍‌ ଯୋଗେନ୍ଦ୍ର ହଂସ କହିଛନ୍ତି ଦେଶର ଏହି ପ୍ରମୁଖ ଗହଣା ପ୍ରତିଷ୍ଠାନ ‘ଧରୋହର’ କଲେକ୍ସନ ଜରିଆରେ ଐତିହ୍ୟ ଏବଂ ଅତୀତର ସେତୁ ମାଧ୍ୟମରେ ପିଢ଼ିମାନଙ୍କୁ ବାନ୍ଧୁଛି। ସେହିପରି ରିଜିଓନାଲ ବିଜ୍‌ନେସ୍‌ ମ୍ୟାନେଜର ଆଲୋକ ରଞ୍ଜନ କହିଛନ୍ତି, ‘ଧରୋହର’ କଲେକ୍ସନରେ ପ୍ଲେନ ଗୋଲ୍ଡ, ଭିଣ୍ଟେଜ ଏବଂ କୁନ୍ଦନ ଗହଣା ଡିଜାଇନ ରହିଛି। ମହିଳାମାନେ ଭାରତୀୟ ପରମ୍ପରାର ରକ୍ଷକ ହୋଇଥିବାବେଳେ ଏହି ଗହଣା ତାଙ୍କୁ ସ୍ବତନ୍ତ୍ର ଲୁକ୍‌ ଦେବ।
ଦକ୍ଷ କାରିଗରଙ୍କ ଦ୍ୱାରା ଏହି ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରାଯାଉଛି। ଚଣ୍ଡକ ୱାର୍କ, ରାସ ରାଓ୍ବା, ସୂକ୍ଷ୍ମ ତାରକସି କାମ ଦ୍ୱାରା ‘ଧରୋହର’ କଲେକ୍ସନର ପ୍ରତ୍ୟେକ ଗହଣାରେ ଭାରତୀୟ ପରମ୍ପରା ପ୍ରତିଫଳିତ ହେଉଛି। ଥପା ୱାର୍କ ସହ ଚୋକର, ନେକଲେସ୍‌ ତାରକସି ନେକଲେସ ସେଟ, କୁନ୍ଦନ କାର୍ଯ୍ୟରେ କ୍ଲାସିକ ସେଟ ବ୍ୟତୀତ ନେକଲେସ ସେଟ, ଚୁଡି, ବ୍ରେସଲେଟ୍‌ ଓ ହାତମୁଦି ମଧ୍ୟ ଏଥିରେ ରହିଛି।

Share