Categories: ବାଣିଜ୍ୟ

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ କଟକ ସିଡିଏସ୍ଥିତ ସେକ୍ଟର-୧ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ, ବିଜ୍‌ନେସ୍‌ ଆସୋସିଏଟ ମନଜିତ ସିଂହ ଓ ବିଜ୍‌ନେସ୍‌ ଆସୋସିଏଟ ଅବିନାଶ ଛପୋଲିଆ ଉଦ୍‌ଘାଟନ କରିଛନ୍ତି। ସେହିପରି ଗୁରୁବାର ଢେଙ୍କାନାଳ କୁଞ୍ଜକାନ୍ତ ନିକଟ କଲେଜ ରୋଡ୍‌ସ୍ଥିତ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ ଓ ବିଜ୍‌ନେସ୍‌ ଆସୋସିଏଟ ଅଙ୍କିତ ପୋଦ୍ଦାର ଉଦ୍‌ଘାଟନ କରିଥିଲେ। ନୂଆ ଷ୍ଟୋର ଖୋଲିବା ଅବସରରେ କମ୍ପାନୀ ପକ୍ଷରୁ ସ୍ବତନ୍ତ୍ର ଅଫର ପ୍ରଦାନ କରାଯାଉଛି ।
ଗ୍ରାହକମାନେ ସୁନା ଅଳଙ୍କାର ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ଏବଂ ଭାରତର କୌଣସି ଗହଣା ବ୍ୟବସାୟୀଙ୍କଠାରୁ କିଣାଯାଇଥିବା ପୁରୁଣା ସୁନା ଉପରେ ୧୦୦% ମୂଲ୍ୟ ପାଇପାରିବେ ବୋଲି ଘୋଷଣା କରାଯାଇଛି। ଅତିରିକ୍ତ ଭାବେ ଗ୍ରାହକମାନେ ସୁନା ଅଳଙ୍କାର କ୍ରୟ ଉପରେ ପ୍ରତି ଗ୍ରାମରେ ୧୦୧ ଟଙ୍କା ରିହାତି ପାଇପାରିବେ । ଏହି ଅଫର ୨୦୨୪ ଅକ୍ଟୋବର ୧୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ବୈଧ ରହିବ। ମୋଟ ୧୪,୨୦୦ ବର୍ଗଫୁଟ ପରିମିତ ଏହି ବୃହତ୍‌ ଫର୍ମାଟ ଷ୍ଟୋରଗୁଡ଼ିକରେ ସୁନା,   ହୀରା, କୁନ୍ଦନ ଏବଂ ପୋଲକି ସମେତ ସ୍ବତନ୍ତ୍ର ଡିଜାଇନର ଗହଣା ଉପଲବ୍ଧ ହୋଇଛି। ଏହି ଷ୍ଟୋରଗୁଡ଼ିକରେ ‘ଦୋର’  ଓ ‘ନବ-ରାନୀ’ ଭଳି କଲେକ୍ସନ ରହିଛି। ଏହାବ୍ୟତୀତ ଏହି ଷ୍ଟୋରଗୁଡ଼ିକରେ ‘ଷ୍ଟ୍ରିଙ୍ଗ୍‌ ଇଟ୍‌’ ସହିତ  ‘ଗ୍ଲାମଡେଜ’ ସହ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଗହଣା ‘ଅବୀର’ ଏବଂ  ବିବାହ ଉସତ୍ବ ପାଇଁ ସ୍ବତନ୍ତ୍ର ଅଳଙ୍କାର ସବ୍‌-ବ୍ରାଣ୍ଡ ‘ରିଭା’ କଲେକ୍ସନ ରହିଛି।
ଉଦ୍‌ଘାଟନୀ ଅବସରରେ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ କହିଛନ୍ତି,  ତନିସ୍କରେ ଗ୍ରାହକ ସନ୍ତୋଷ ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଓଡ଼ିଶାରେ ଏକ ପ୍ରିୟ ଗହଣା ବ୍ରାଣ୍ଡ ଭାବେ ଆମେ ଆମର ଉକତ୍ୃଷ୍ଟ ସଂଗ୍ରହକୁ ଅଧିକ ସୁଲଭ କରିବା ପାଇଁ ସମର୍ପିତ।
Share