Categories: ବାଣିଜ୍ୟ

ତନିସ୍କର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟା ଗ୍ରୁପର ଅଂଶ ତଥା ତନିସ୍କ ପକ୍ଷରୁ କେନ୍ଦୁଝରରେ ଏକ ନୂଆ ଷ୍ଟୋର ଶୁକ୍ରବାର ଶୁଭାରମ୍ଭ କରାଯାଇଛି। ନୂଆ ଷ୍ଟୋରକୁ ତନିସ୍କର ରିଟେଲ ଅପରେଶନ ମୁଖ୍ୟ ଅନୁପମ ଶାହ, କ୍ଲଷ୍ଟ୍‌ର ବିଜନେସ ମ୍ୟାନେଜର ଅରିନ୍ଦମ ପ୍ରମାଣିକ ଓ ଆସୋସିଏଟ ଦୁର୍ଗାଦତ୍ତ ସୁବୁଦ୍ଧି ନୂତନ ଷ୍ଟୋରର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନର ଅଂଶ ବିଶେଷ ଭାବେ ବ୍ରାଣ୍ଡ ପକ୍ଷରୁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଇଛି। ଯେଉଁଥିରେ ଗ୍ରାହକମାନେ ପ୍ରତି କିଣାକିଣି ଉପରେ ମାଗଣା ସୁନା କଏନ ପାଇପାରିବେ। ଏହି ଅଫର ୨୦୨୪ ଅଗଷ୍ଟ ୯ରୁ ୧୧ ପର୍ଯ୍ୟନ୍ତ ଉପଲବ୍ଧ। ନୂଆ ଷ୍ଟୋରଟି କେନ୍ଦୁଝରର ସିରାଜୁଦ୍ଦିନ ଛକ ନିକଟ ଡିଡି କଲେଜ ରୋଡ୍‌ରେ ଖୋଲାଯାଇଛି। ଷ୍ଟୋରଟି ୩୦୦୦ ବର୍ଗଫୁଟ ଅଞ୍ଚଳରେ ସ୍ଥାପନ କରାଯାଇଥିବା ବେଳେ ସେଥିରେ ସୁନା, ଆକର୍ଷଣୀୟ ହୀରା, ରଙ୍ଗିନ ଜେମଷ୍ଟୋନ, ଦକ୍ଷିଣ ଭାରତୀୟ ଗ୍ଲାସ୍‌ କୁନ୍ଦନ ଓ ପୋଲ ଆଦି ତନିସ୍କର ଡିଜାଇନଗୁଡ଼ିକ ରହିଛି।
ତନିସ୍କର ରିଟେଲ ଅପରେଶନ ହେଡ୍‌ ଅନୁପମ ଶାହ କହିଛନ୍ତି, ଓଡ଼ିଶାର କେନ୍ଦୁଝରରେ ଆମର ନୂଆ ଷ୍ଟୋରକୁ ଉଦ୍‌ଘାଟନ ଘୋଷଣା କରି ଆମେ ଉତ୍ସାହିତ ଅଛୁ।

Share