ତନିସ୍କର ନୂଆ ‘ସୁନା ବଦଳ ନୀତି’ ପ୍ରଚଳନ

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ତଥା ସୁବିଧା ‘ସୁନା ବଦଳ ନୀତି’ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ତନିସ୍କ ତା’ର ନୂଆ ‘ସୁନା ବଦଳ ନୀତି’ ପ୍ର୍ରଚଳନ କରିଛି। ବିଶେଷକରି ଅସ୍ଥିର ଦର ମଧ୍ୟରେ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ସେହିଭଳି ଗ୍ରାହକଙ୍କୁ ସେମାନଙ୍କ ସୁନାର ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ସହ ଉକ୍ତ ନୀତି ସେମାନଙ୍କୁ ବେଶ୍‌ ସହାୟକ ଓ ପୁରୁଣା ସୁନାକୁ ଅପ୍‌ଗ୍ରେଡ୍‌ କରିବାର ସୁଯୋଗ ଦେଉଛି। ଫଳରେ ସେମାନେ ତନିସ୍କର ନୂଆ ତଥା ଅତ୍ୟାଧୁନିକ ଡିଜାଇନ ପାଇପାରିବେ। ବର୍ତ୍ତମାନ ତନିସ୍କରେ ସୁନା ବଦଳ ୧,୦୦,୦୦୦ କିଲୋଗ୍ରାମର ମାଇଲଖୁଣ୍ଟ ଛୁଇଁବା ପରିପ୍ରେକ୍ଷୀରେ ଏହି ସୁନା ବଦଳ ନୀତି ଘୋଷଣା କରାଯାଇଛି। ଏପରିକି ୧୦୦ ଟନ୍‌ ସୁନା ବଦଳ ମାଧ୍ୟମରେ ୨୦ ଲକ୍ଷ ଗ୍ରାହକ ତନିସ୍କ ଉପରେ ସେମାନଙ୍କ ଭରସା ଦେଖାଇଛନ୍ତି ଏବଂ ଏକ୍ସଚେଞ୍ଜ ପାଇଁ ତନିସ୍କକୁ ବାଛିଛନ୍ତି। ସୁନା ଦରରେ ବୃଦ୍ଧି ଧାରା ଜାରି ରହିଥିବାବେଳେ ଗ୍ରାହକ ସେମାନଙ୍କର ପୁରୁଣା ସୁନାର ମୂଲ୍ୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି। ଏହାକୁ ବଦଳାଇ ଆଧୁନିକ ଡିଜାଇନ ଗହଣା ନେଉଛନ୍ତି। ଏପରିକି ପ୍ରତି ୨୦ କ୍ୟାରେଟ୍‌ ଏବଂ ତଦ୍ଦୂର୍ଦ୍ଧ୍ୱ ମାନର ପୁରୁଣା ସୁନା ବଦଳ ଉପରେ ତନିସ୍କ ୧୦୦% ମୂଲ୍ୟ ପ୍ରଦାନ କରୁଛି। ଏହାର ସୁନା ବଦଳ ପ୍ରୋଗ୍ରାମ ଭରସା, ସ୍ବଚ୍ଛତା ଏବଂ ଗ୍ରାହକଙ୍କ ପାଇଁ ଅଦ୍ୱିତୀୟ ମୂଲ୍ୟ ପ୍ରଦାନକୁ ସୂଚାଉଛି। ଏହି ନୂଆ ବଦଳ ନୀତି ଦେଶରେ ଥିବା ସମସ୍ତ ତନିସ୍କ ଷ୍ଟୋରରେ ବୈଧ। ଲୋକମାନେ ବିବାହ ଋତୁ ଏବଂ ଅନ୍ୟାନ୍ୟ ଅବସର ପାଇଁ ସୁନା କିଣିବାକୁ ଯୋଜନା କରୁଥିବାବେଳେ ଏହି ବଦଳ ନୀତିକୁ ତନିସ୍କ ପ୍ରଚଳନ କରିଛି।
ଏ ସମ୍ପର୍କର ଟାଇଟନ କମ୍ପାନୀ ଲିମିଟେଡ୍‌ର ଗହଣା ଡିଭିଜନ ସିଇଓ ଅଜୟ ଚାୱଲା କହିଛନ୍ତି, ଦେଶବ୍ୟାପୀ ୨୦ଲକ୍ଷ ଗ୍ରାହକଙ୍କ ଦ୍ୱାରା ୧୦୦ଟନ୍‌ ସୁନା ବଦଳର ଏହି ସେଲିବ୍ରେଶନ ବର୍ଷ ବର୍ଷ ଧରି ଆମ ଉପରେ ରହିଥିବା ଗ୍ରାହକଙ୍କ ଭରସା ଏବଂ ବିଶ୍ବାସର ସଙ୍କେତ। ବର୍ତ୍ତମାନ ସୁନାର ବର୍ଦ୍ଧିତ ଦରକୁ ଦେଖିଲେ ଗ୍ରାହକଙ୍କ ପାଇଁ ଏହାର ବଦଳ ଏକ ଭଲ ନିଷ୍ପତ୍ତି। ଲକରରେ ସୁନାକୁ ପକାଇ ରଖିବା ଅପେକ୍ଷା ଏହାକୁ ବଦଳ କରିବା ଉତ୍ତମ। ଏହି ପ୍ରୋଗ୍ରାମରେ ସାମିଲହେବାକୁ ସମସ୍ତଙ୍କୁ ଆହ୍ବାନ। ଯେକୌଣସି ଗହଣା ଦୋକାନରୁ କିଣାଯାଇଥିବା ସୁନା ମଧ୍ୟ ତନିସ୍କ ଗ୍ରହଣ କରୁଛି। ଗ୍ରାହକ ନିଜ ସୁବିଧା ଅନୁସାରେ ଏହାକୁ ଦେଶରେ ଥିବା ଯେକୌଣସି ତନିସ୍କ ଷ୍ଟୋରରେ ବଦଳ କରିପାରିବେ। ଏହି ଏକ୍ସଚେଞ୍ଜ ପ୍ରୋଗ୍ରାମ ବିଶାଳ ରେଞ୍ଜ ଗହଣା ଯେପରି ଗୋଲ୍‌ଡ ପ୍ଲେନ୍‌, ଗ୍ଲାସ୍‌ କୁନ୍ଦନ, କୁନ୍ଦନ ପୋଲ୍‌କୀ, ଓପନ୍‌ ପୋଲ୍‌କୀ, ପିଜେଡବ୍ଲ୍ୟୁଏସ୍‌, କଲର ଷ୍ଟୋନ୍‌ ଆଦିରେ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri