Categories: ଖେଳ

ଏଲ୍‌ପିଏଲ୍‌ ପୂର୍ବରୁ ତନ୍‌ଭୀର, ରବିନ୍ଦରପାଲ ପଜିଟିଭ୍‌

କଲମ୍ବୋ, ୨୧ା୧୧ (ପି.ଟି.): ନଭେମ୍ବର ୨୬ରୁ ଲଙ୍କାନ ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପେସ୍‌ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ ବ୍ୟାଟ୍ସମ୍ୟାନ ରବିନ୍ଦରପାଲ ସିଂ କୋଭିଡ୍‌ ଟେଷ୍ଟରେ ପଜିଟିଭ୍‌ ହୋଇଛନ୍ତି। ଟି୨୦ ଇଭେଣ୍ଟ ଖେଳିବା ଲାଗି କାଣ୍ଡି ଟସ୍କର୍ସ ଫ୍ରାଞ୍ଚାଇଜ୍‌ର ତନଭୀର ଏବଂ କଲମ୍ବୋ କିଙ୍ଗ୍ସର ରବିନ୍ଦରପାଲ ଶ୍ରୀଲଙ୍କାରେ ପହଞ୍ଚତ୍ବା ପରେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା। ପାକିସ୍ତାନର ଓ୍ବାହାବ ରିଆଜ ଓ ଇଂଲଣ୍ଡର ଲିଆମ୍‌ ପ୍ଲଙ୍କେଟ ଓହରିଯିବା ପରେ ତନବୀର ବଦଳ ଖେଳାଳି ଭାବେ ଟୁର୍ନାମେଣ୍ଟରେ ଖେଳିବା ଲାଗି ଆସିଥିଲେ। ଉଭୟ ତନଭୀର ଓ ରବିନ୍ଦରପାଲ ଅତି କମ୍‌ରେ ଦୁଇ ସପ୍ତାହ ଆଇସୋଲେଶନରେ ରହିବେ।

Share