ପଡିଆବାହାଲ,୧୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥର ବିନାୟକଡେରା ମଝି ବୁଲାଣିଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି l ସମ୍ବଲପୁରରୁ ଦେବଗଡ଼ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ ଜେସିବି ଓ ହାଇଦ୍ରା ଲଗାଇ ଊଠାଇଥିଲା। ଏ ନେଇ ପୋଲିସ ତଦନ୍ତ ଚଳାଇଛି ା