ବିନା ଚାଳକରେ ବୋମା ବର୍ଷା କରିବ ଟ୍ୟାଙ୍କ

ମସ୍କୋ,୧।୩: ଧୀରେଧୀରେ ଯୁଦ୍ଧକୁ ଆଧୁନିକ କରାଯିବାର ପ୍ରୟାସ ଜାରି ରହିଛି। ଏହି ମର୍ମରେ ରଷିଆ ଏହାର ଟି-୧୪ ଆର୍ମଟା ଟ୍ୟାଙ୍କକୁ ସ୍ବୟଂଚାଳିତ କରିବା ଲାଗି ଯୋଜନା କରୁଛି। ଏଣିକି ଏହି ଟ୍ୟାଙ୍କ ବିନା ଚାଳକରେ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ଉପରେ ବୋମା ବର୍ଷା କରିବ। ଟ୍ୟାଙ୍କକୁ ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ କରାଯିବ। ଏହାଦ୍ୱାରା ପେଟ୍ରୋଲ ଅବା ଡିଜେଲ ସଞ୍ଚୟ ହେବା ସହିତ ଚାଳକ ଯୁଦ୍ଧ କ୍ଷେତ୍ରରୁ ଦୂରରେ ରହି ସୁରକ୍ଷିତ ରହିବେ। ସେହିପରି ଏହି ଟ୍ୟାଙ୍କ ଏକାଧିକ ଟାଗେର୍ଟ ଲକ୍‌ କରିବାକୁ ସକ୍ଷମ ହେବ। ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗତି କରୁଥିବା ଏହି ଟ୍ୟାଙ୍କର ଓଜନ ୫୫ ଟନ୍‌ ରହିଛି। ପୃଥିବୀରେ ପ୍ରଥମ ଥର ପାଇଁ ରଷିଆ ସୈନ୍ୟ ବାହିନୀରେ ଏଭଳି ସ୍ବୟଂଚାଳିତ ଟ୍ୟାଙ୍କ ସାମିଲ ହେବାକୁ ଯାଉଛି।

Share