ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ବାନେର ଛକ ନିକଟରେ ଗତ ୨୯ ତାରିଖରେ ଜଣେ ବାଇକ୍ଆରୋହୀଙ୍କୁ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ବାଇକ୍ଆରୋହୀ ଜଣକ ଗୁରୁତର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଜୀବନ ଚାଲିଯାଇଛି।
ମୃତ ବାଇକ୍ଆରୋହୀଙ୍କ ନାମ ଉଚ୍ଛବ ବାଗ(୫୩)। ସେ ବାନେର ଗାଁର ବୋଲି ଜଣାପଡ଼ିଛି । ଏହାକୁ ନେଇ ଗୁରୁବାର ସକାଳେ କ୍ଷତିପୂରଣ ଦାବିରେ ପରିବାର ଲୋକ ମୃତଦେହ ରଖି ବାନେର ଛକଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜୟପାଟଣା-ମୋଟେର ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି।