Categories: ଖେଳ

ଏନ୍‌ସିଏ କ୍ୟାମ୍ପକୁ ତନ୍ମୟୀ ମନୋନୀତ

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ତନ୍ମୟୀ ବେହେରା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ୧୯ ବର୍ଷରୁ କମ୍‌ ବାଳିକା ହାଇପରଫର୍ମାନ୍ସ କ୍ୟାମ୍ପ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏହି କ୍ୟାମ୍ପ ବେଙ୍ଗାଲୁରୁର ଅଲୁରଠାରେ ଚଳିତ ମାସ ୧୨ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସର୍ବଭାରତୀୟ ମହିଳା କ୍ରିକେଟ ଚୟନ କମିଟି ତନ୍ମୟୀଙ୍କୁ ମନୋନୀତ କରିଥିବାରୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share