ବ୍ରେକ ଫେଲ୍ ଯୋଗୁ ଦୁର୍ଘଟଣାର ଶିକାର ହେଲେ ତନୁଶ୍ରୀ

ମୁମ୍ବାଇ: ନିଜର ଗ୍ଲାମରସ ଲୁକରେ ବଲିଉଡରେ ଚାର ଚାନ୍ଦ ଲଗାଉଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ବଡ ପରଦାଠାରୁ ଦୂରେଇ ଯାଇଛନ୍ତି ସତ । ହେଲେ ତାଙ୍କ ଅଭିନୟ କଳାରେ ସେ ଏବେବି ଦର୍ଶକଙ୍କ ନିକଟରେ ରହିଛନ୍ତି ଜଣେ ସଫଳ ଅଭିନେତ୍ରୀର ପରିଚୟ ନେଇ । ବଲିଉଡ ଦୁନିଆରେ ନିଜର ଗ୍ଲାମରକୁ ନେଇ ପରଚିତ ଥିବା ଏହି ଅଭିନେତ୍ରୀ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏକଥା ସେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା ମହାକାଳ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିବାର ହୋଇଥିବା କାହିଛନ୍ତି । ଏହାସହ ସେ ଦୁର୍ଘଟଣାର କାରଣବି କହିଛନ୍ତି । ତନୁଶ୍ରୀ କହିଛନ୍ତି ବ୍ରେକ୍ ଫେଲ ହେବାରୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଛି । ଏହାର ଏକ ଫଟୋବି ସେ ଶେୟାର କରିଛନ୍ତି । ତାଙ୍କର ପ୍ରଶଂସକମାନେ ଏହି ଖବର ଜାଣିବା ପରେ ତନୁଶ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share