୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି ଠକ୍କର ହାତକୁ ଦୁଇ ହାତ ହୋଇଛନ୍ତି। ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ପରିଜନ ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସେ ଅଭିନେତା ଆଦିତ୍ୟ କପାଡ଼ିଆଙ୍କ ହାତ ଧରିଛନ୍ତି।

ଆଦିତ୍ୟଙ୍କୁ ଟେଲିଭିଜନ ଶୋ’ରେ ଦେଖିଥିଲେ ତନଭି। କିଛି ଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ସେମାନେ ୨୦୧୩ ଡିସେମ୍ବର ୨୪ରେ ନିର୍ବନ୍ଧ କରିଥିଲେ। ଏହାର ୭ ବର୍ଷ ବିତିସାରିଥିବା ବେଳେ ୨୦୨୦ ସେପ୍ଟେମ୍ବରରେ ସେମାନେ ଲିଭ୍‌ ଇନ୍‌ରେ ରହିବାକୁ ଆରମ୍ଭ କରିଥିଲେ। ସବୁକିଛି ଠିକ୍‌ ଚାଲିବା ପରେ ଏବେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ତନଭି କହିଛନ୍ତି। ସାଧାରଣ ଢ଼ଙ୍ଗରେ ବିବାହ କରିବାକୁ ଚାହୁଁ୍‌ଥିଲେ ଉଭୟ। ହେଲେ ପରିବାରଲୋକଙ୍କ କହିବା ପରେ ସେମାନେ ହୋଟେଲ୍‌ରେ ବିବାହ କରିଥିବା ମଧ୍ୟ ସେ କହିଛନ୍ତି।

Share