ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ ଭାରତ-ତାଞ୍ଜାନିଆ

ନୂଆଦିଲ୍ଲୀ,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଞ୍ଜାନିଆର ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ହୋଇଛି।

ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏବଂ ତାଞ୍ଜାନିଆ ପାଇଁ ଆଜି ଏକ ଐତିହାସିକ ଦିନ। ଆଜି ଆମେ ମଧ୍ୟ ଆମର ପୁରୁଣା ସମ୍ପର୍କକୁ ରଣନୀତିକ ଭାଗିଦାରୀ ସହିତ ଯୋଡିଛୁ। ପାରସ୍ପରିକ ବାଣିଜ୍ୟ ଏବଂ ବିନିଯୋଗ ପାଇଁ ଭାରତ ଏବଂ ତାଞ୍ଜାନିଆ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଦେଶ । ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ବୃଦ୍ଧି ପାଇଁ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଆଇସିଟି କେନ୍ଦ୍ର, ଧନ୍ଦାମୂଳକ ତାଲିମ ଏବଂ ପ୍ରତିରକ୍ଷା ତାଲିମ ମାଧ୍ୟମରେ ତାଞ୍ଜାନିଆରେ ଦକ୍ଷତା ବିକାଶ ଏବଂ କ୍ଷମତା ନିର୍ମାଣରେ ଭାରତ ଏକ ମହତ୍ତ୍ୱ ପୂର୍ଣ ଅବଦାନ ରଖିଛି।

Share