Categories: ଜାତୀୟ

ତପନ ଡେକା ହେଲେ ଆଇବି ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୬: ବରିଷ୍ଠ ଆଇପିଏସ୍‌ ଅଫିସର ତପନ କୁମାର ଡେକାଙ୍କୁ ଶୁକ୍ରବାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ଆଇବି ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ଡେକା ଯୋଗଦେବେ। ୧୯୮୮ ବ୍ୟାଚ୍‌ର ହିମାଚଳ ପ୍ରଦେଶ କ୍ୟାଡର ଆଇପିଏସ୍‌ ଅଫିସର ଡେକା ଆଇବି ସଞ୍ଚାଳନ ବିଭାଗ ନେତୃତ୍ୱ ନେଇଥିଲେ। ସେ ଆଇବି ନୂଆ ମୁଖ୍ୟ ଭାବେ ୨ ବର୍ଷ କାର୍ଯ୍ୟ କରିବେ ବୋଲି କାର୍ମିକ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହା ବ୍ୟତୀତ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ (ର) ମୁଖ୍ୟ ଥିବା ସାମନ୍ତ ଗୋୟଲଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ଅନ୍ୟ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି।

Share